RPF କନଷ୍ଟେbal ପରୀକ୍ଷା (PET) ପାଇଁ କିପରି ପ୍ରସ୍ତୁତି କରିବେ?

ରେଲୱେ ପ୍ରୋଟେକ୍ସନ୍ ଫୋର୍ସ (RPF) କନଷ୍ଟେବଲ୍ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଶାରୀରିକ ଦକ୍ଷତା ପରୀକ୍ଷା (Physical Efficiency Test ବା PET) ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ପରୀକ୍ଷାରେ ଆପଣଙ୍କର ଶାରୀରିକ ସାମର୍ଥ୍ୟ, ସହନଶୀଳତା ଏବଂ ଚଞ୍ଚଳତା ଯାଞ୍ଚ କରାଯାଏ। ଯଦି ଆପଣ RPF କନଷ୍ଟେବଲ୍ ଭାବେ ନିଜର ସ୍ୱପ୍ନକୁ ପୂରଣ କରିବାକୁ ଚାହାଁନ୍ତି, ତେବେ PET ପାଇଁ ଭଲ ପ୍ରସ୍ତୁତି ନିହାତି ଜରୁରୀ। ଏହି ବ୍ଲଗ୍‌ରେ ଆମେ ଆପଣଙ୍କୁ ଶାରୀରିକ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ ହେବେ ସେ ବିଷୟରେ ସହଜ ଓ ପ୍ରଭାବୀ ଉପାୟ କହିବୁ।

RPF କନେଷ୍ଟବଳ PET କଣ?

RPF କନଷ୍ଟେବଲ୍ ନିଯୁକ୍ତି ପ୍ରକ୍ରିୟାରେ PET ହେଉଛି ଏକ ପ୍ରମୁଖ ପର୍ଯ୍ୟାୟ। ଏଥିରେ ଦୌଡ଼ିବା, ଲମ୍ବା ଡିଆଁ, ଉଚ୍ଚ ଡିଆଁ ଭଳି କାର୍ଯ୍ୟ ରହିଥାଏ। ସାଧାରଣତଃ ପୁରୁଷ ଓ ମହିଳାଙ୍କ ପାଇଁ ପରୀକ୍ଷାର ମାପଦଣ୍ଡ ଅଲଗା ହୋଇଥାଏ। ଉଦାହରଣ ସ୍ୱରୂପ:- **ପୁରୁଷ**: 1600 ମିଟର ଦୌଡ଼ 5 ମିନିଟ୍ 45 ସେକେଣ୍ଡରେ, 14 ଫୁଟ୍ ଲମ୍ବା ଡିଆଁ ପାଇଁ ତିନୋଟି ସୁଯୋଗ ମିଳିବ, 4 ଫୁଟ୍ ଉଚ୍ଚ ଡିଆଁ ପାଈଁ ମଧ୍ୟ ତିନୋଟି ସୁଯୋଗ ମିଳିବ।- **ମହିଳା**: 800 ମିଟର ଦୌଡ଼ 3 ମିନିଟ୍ 40 ସେକେଣ୍ଡରେ, 9 ଫୁଟ୍ ଲମ୍ବା ଡିଆଁ ପାଇଁ ତିନୋଟି ସୁଯୋଗ ମିଳିବ, 3 ଫୁଟ୍ ଉଚ୍ଚ ଡିଆଁ ପାଇଁ ତିନୋଟି ସୁଯୋଗ ମିଳିବ।

ପ୍ରସ୍ତୁତି ପାଇଁ ସହଜ ଉପାୟ !

PETରେ ସଫଳ ହେବା ପାଇଁ ନିୟମିତ ଅଭ୍ୟାସ ଓ ସଠିକ ଯୋଜନା ଦରକାର। ଏହାକୁ ଆପଣ କିପରି ପ୍ରସ୍ତୁତ କରିବେ, ଆସନ୍ତୁ ଜାଣିବା:

1. ଦୌଡ଼ିବା ପାଇଁ ପ୍ରସ୍ତୁତି-

**ଧୀରେ ଧୀରେ ଆରମ୍ଭ କରନ୍ତୁ**: ଯଦି ଆପଣ ନୂଆ, ପ୍ରଥମେ 400-500 ମିଟର ଦୌଡ଼ନ୍ତୁ। ପ୍ରତି ସପ୍ତାହରେ ଦୂରତା ବଢ଼ାନ୍ତୁ।-

**ସମୟ ମାପନ୍ତୁ**: ଏକ ଷ୍ଟପ୍‌ୱାଚ୍ ବ୍ୟବହାର କରି ନିଜର ଗତି ଯାଞ୍ଚ କରନ୍ତୁ। ଧୀରେ ଧୀରେ 1600 ମିଟର (ପୁରୁଷ) ବା 800 ମିଟର (ମହିଳା) ନିର୍ଦ୍ଧାରିତ ସମୟ ଭିତରେ ପୂରା କରିବାକୁ ଚେଷ୍ଟା କରନ୍ତୁ।-

**ଶ୍ୱାସ ନିୟନ୍ତ୍ରଣ**: ଦୌଡ଼ିବା ସମୟରେ ନାକରୁ ଶ୍ୱାସ ନେଇ ମୁହଁରୁ ଛାଡ଼ନ୍ତୁ। ଏହା ସହନଶୀଳତା ବଢ଼ାଇଥାଏ।

2. ଲମ୍ବା ଡିଆଁ ଓ ଉଚ୍ଚ ଡିଆଁ-

**ଅଭ୍ୟାସ କରନ୍ତୁ**: ଏକ ଖୋଲା ଜାଗାରେ ବାଲି ପାକାଇ ତିଆରି କରି ଡିଆଁ ଅଭ୍ୟାସ କରନ୍ତୁ। ଗୋଡ଼ର ଶକ୍ତି ବଢ଼ାଇବା ପାଇଁ ସ୍କ୍ୱାଟ୍ ଓ ଲଞ୍ଜ କରନ୍ତୁ।-

**ଟେକ୍ନିକ୍**: ଲମ୍ବା ଡିଆଁ ପାଇଁ ଗତି ଓ ସନ୍ତୁଳନ ଗୁରୁତ୍ୱପୂର୍ଣ୍ଣ। ଉଚ୍ଚ ଡିଆଁରେ ଗୋଡ଼କୁ ଉପରକୁ ଉଠାଇ ଶରୀରକୁ ସମାନ୍ତରାଳ ରଖନ୍ତୁ।-

**ଲକ୍ଷ୍ୟ ରଖନ୍ତୁ**: ପୁରୁଷଙ୍କ ପାଇଁ 14 ଫୁଟ୍ ଓ ମହିଳାଙ୍କ ପାଇଁ 9 ଫୁଟ୍ ଲମ୍ବା ଡିଆଁ ଅତିକ୍ରମ କରିବାକୁ ଅଭ୍ୟାସ କରନ୍ତୁ।

3. ଶାରୀରିକ ଶକ୍ତି ବଢ଼ାନ୍ତୁ-

**ବ୍ୟାୟାମ**: ପ୍ରତିଦିନ ପୁସ୍-ଅପ୍, ସିଟ୍-ଅପ୍ ଓ ପ୍ଲାଙ୍କ କରନ୍ତୁ। ଏହା ଶରୀରର ମାଂସପେଶୀକୁ ମଜବୁତ କରିଥାଏ।-

**ଓଜନ ଉଠାଇବା**: ହାଲୁକା ଡମ୍ବେଲ୍ ବ୍ୟବହାର କରି ଗୋଡ଼ ଓ ହାତର ଶକ୍ତି ବଢ଼ାନ୍ତୁ। **ଷ୍ଟ୍ରେଚିଂ**: ଆଘାତ ଏଡ଼ାଇବା ପାଇଁ ବ୍ୟାୟାମ ପୂର୍ବରୁ ଓ ପରେ ଷ୍ଟ୍ରେଚିଂ କରନ୍ତୁ।

4. ଖାଦ୍ୟ ଓ ବିଶ୍ରାମ-

**ସନ୍ତୁଳିତ ଖାଦ୍ୟ**: ପ୍ରୋଟିନ୍ (ଡାଲି, ଅଣ୍ଡା), କାର୍ବୋହାଇଡ୍ରେଟ୍ (ଭାତ, ରୁଟି) ଓ ପନିପରିବା ଖାଆନ୍ତୁ।-

**ଜଳ ପିଅନ୍ତୁ**: ଦିନକୁ 3-4 ଲିଟର ପାଣି ପିଇ ଶରୀରକୁ ହାଇଡ୍ରେଟେଡ୍ ରଖନ୍ତୁ।-

**ନିଦ**: 7-8 ଘଣ୍ଟା ଶୋଇ ଶରୀରକୁ ଆରାମ ଦିଅନ୍ତୁ।

ଅନ୍ୟ କିଛି ପରାମର୍ଶ-

**ସମୟ ନିର୍ଘଣ୍ଟ**: ପ୍ରତିଦିନ 2-3 ଘଣ୍ଟା ଅଭ୍ୟାସ ପାଇଁ ସମୟ ରଖନ୍ତୁ। ସକାଳ ସମୟ ସବୁଠାରୁ ଉପଯୁକ୍ତ।-

**ଗୋଷ୍ଠୀ ଅଭ୍ୟାସ**: ସାଙ୍ଗମାନଙ୍କ ସହ ଅଭ୍ୟାସ କଲେ ଉତ୍ସାହ ବଢ଼ିଥାଏ।-

**ଆତ୍ମବିଶ୍ୱାସ**: ନିଜ ଉପରେ ଭରସା ରଖନ୍ତୁ ଓ ସକାରାତ୍ମକ ରୁହନ୍ତୁ।

RPF କନଷ୍ଟେବଲ୍ PET କୌଣସି ବଡ଼ ଚ୍ୟାଲେଞ୍ଜ ନୁହେଁ, ଯଦି ଆପଣ ନିୟମିତ ଅଭ୍ୟାସ କରନ୍ତି। ପ୍ରତିଦିନ ନିଜକୁ ଉନ୍ନତ କରିବାକୁ ଚେଷ୍ଟା କରନ୍ତୁ ଓ ଧୈର୍ଯ୍ୟ ରଖନ୍ତୁ। ଏହି ପରୀକ୍ଷା କେବଳ ଆପଣଙ୍କ ଶାରୀରିକ ସାମର୍ଥ୍ୟ ନୁହେଁ, ଆପଣଙ୍କ ଇଚ୍ଛାଶକ୍ତିକୁ ମଧ୍ୟ ପରଖିଥାଏ। ତେଣୁ ପ୍ରସ୍ତୁତି ଆରମ୍ଭ କରନ୍ତୁ, ଆପଣଙ୍କ ସ୍ୱପ୍ନକୁ ସାକାର କରନ୍ତୁ ଓ RPFରେ ଯୋଗ ଦେଇ ଦେଶ ସେବା କରନ୍ତୁ।

ଶୁଭେଚ୍ଛା ରହିଲା!

ଯଦି କିଛି କହିବାକୁ ଚାହାଁନ୍ତି comment କରନ୍ତୁ

Leave a Comment